ଏହି ମାନସିକ ଚାପରେ ଥିବା ଚାଷୀ ଜଣକ ବୁଧବାର ରାତିରେ ନିଜ ଘରେ କୀଟନାଶକ ପିଇ ଦେଇଥିବା ଅଭିଯୋଗ ହୋଇଛି। ପରିବାର ସଦସ୍ୟମାନେ ତୁରନ୍ତ ତାଙ୍କୁ କବିସୂର୍ଯ୍ୟନଗର ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଫସଲ ନଷ୍ଟ ହେବା କାରଣରୁ ମାଲିକ ଏଭଳି ଚରମ ପଦକ୍ଷେପ ନେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ, ଏହି ଘଟଣା ପଛର ପ୍ରକୃତ ପରିସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଶେରଗଡ଼ ବ୍ଲକ ଅନ୍ତର୍ଗତ ଦେଙ୍ଗାପଦର ପଞ୍ଚାୟତର ବାକିଲିକାନା ଗ୍ରାମର ୬୫ ବର୍ଷୀୟ ଚାଷୀ ଅର୍ଜୁନ ପଣ୍ଡା, ବନ୍ୟା ପାଣିରେ ନିଜର ସମସ୍ତ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଯିବା ପରେ, ଗତ ନଭେମ୍ବର ୧ ତାରିଖ ଦିନ କୀଟନାଶକ ପିଇ ଦେଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା।
