୫୬ ବର୍ଷ ବୟସରେ ସୁରାଙ୍କୁ ଦ୍ବିତୀୟ ବିବାହ କଲେ ଅର୍‌ବାଜ୍‌

ମୁମ୍ବଇ : ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅର୍‌ବାଜ ଖାନ ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି। ସେ ରବିବାର ସନ୍ଧ୍ୟାରେ ମେକ୍‌ଅପ୍‌ ଆର୍ଟିଷ୍ଟ ସୁରା ଖାନ୍‌ (୪୧) ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅର୍‌ବାଜଙ୍କ ଭଉଣୀ…

ଗୁଜୁରାଟର ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା

ନୂଆଦିଲ୍ଲୀ: ଡିସେମ୍ବର ୨୩ ଓ ୨୪ ତାରିଖରେ ଗୁଜରାଟର ଦ୍ୱାରକାରେ ଆୟୋଜିତ ଦୁଇ ଦିନିଆ ମହାରାସ କାର୍ଯ୍ୟକ୍ରମରେ ୩୭,୦୦୦ରୁ ଅଧିକ ମହିଳା ନାଲି ପୋଷାକ ପିନ୍ଧି ଏକାଠି ହେବା ସହ ମହାରାସ ପରିବେଷଣ କରିଛନ୍ତି। ବନାସୁରଙ୍କ କନ୍ୟା ତଥା ଭଗବାନ ଶ୍ରୀକୃଷ୍ଣଙ୍କ ବୋହୂ…

ବିଜେପି ସାଂସଦଙ୍କ ଭାଇ ନାଁରେ କାଠ ଚୋରି ମାମଲା

ଆଇନ ଜାଲରେ ଫସିଲେ ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ମାମଲରେ ଟାର୍ଗେଟ୍‌ରେ ଥିବା ବିଜେପି ସାଂସଦ ପ୍ରତାପ ସିମ୍‌ହାଙ୍କ ଭାଇ। କାଠ ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ପ୍ରାୟ ୧୨୦ଟି ଗଛ କାଟି ଦେଇଥିବା…

ଶବ ଆଣିବାକୁ ଯାଉଥିଲେ, ପରିବାରର ୩ ଜଣ ଶବ ପାଲଟିଗଲେ

ଗୋଟିଏ ପରିବାର ଉପରେ ସତେ ଯେମିତି ଛିଡ଼ି ପଡ଼ିଛି ଦୁଃଖର ପାହାଡ଼। ସାମ୍ନାକୁ ଆସିଛି ମୃତ୍ୟୁର ବିକଳ ଚିତ୍ର। ପରିବାରର ଭେଣ୍ତିଆ ପୁଅର ମୃତଦେହ ଆଣିବାକୁ ଯାଉଥିବା ବେଳେ ୩ ଜଣ ଅଧା ରାସ୍ତାରେ ହିଁ ଶବ ପାଲଟି ଯାଇଛନ୍ତି। ଏବେ…

ସମ୍ପ୍ରସାରଣ ହେଲା ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ, ଶପଥ ନେଲେ ୨୮ ମନ୍ତ୍ରୀ

ସମ୍ପ୍ରସାରଣ ହେଲା ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ। ଶପଥ ନେଲେ ୨୮ ମନ୍ତ୍ରୀ। କୈଳାଶ ବିଜୟବର୍ଗୀୟ ଓ ପ୍ରହ୍ଲାଦ ପଟେଲଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ବିଜେପି ମଧ୍ୟପ୍ରଦେଶରେ ସରକାର ଗଢ଼ିବାର ଦୀର୍ଘ ପାଖାପାଖି ମାସେ ପରେ…

ନ୍ୟୁଜକ୍ଲିକ ମାମଲା: ରାଜସାକ୍ଷୀ ହେବେ ଏଚ୍‌ଆର ମୁଖ୍ୟ

ନ୍ୟୁଜକ୍ଲିକର ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ରାଜସାକ୍ଷୀ ବନିବାକୁ ଚାହୁଁଛନ୍ତି। ସେ ତଦନ୍ତକାରୀ ସଂସ୍ଥାକୁ ମାମଲା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସପକ୍ଷରେ ରହିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଗୋଟିଏ କୋର୍ଟରେ ଗୋଟିଏ ଆବେଦନ କରି ରାଜସାକ୍ଷୀ ବନିବାକୁ ରାଜି ଥିବା କହିଛନ୍ତି।…

ପତ୍ନୀଙ୍କ ସହ ଭିଡିଓ କଲରେ କଥା ହେଉଥିବା ବେଳେ ନିଜକୁ ଗୁଳି କରିଦେଲେ

ଭିଡିଓ କଲ୍‌ ବେଳେ ନିଜକୁ ନିଜେ ଗୁଳି କଲେ ଜଣେ ବ୍ୟକ୍ତି। ମଧ୍ୟରାତ୍ରରେ ବ୍ୟକ୍ତି ଜଣଙ୍କ ରାଗି ଯାଇଥିବା ପତ୍ନୀଙ୍କୁ ଫୋନରେ ବୁଝାଉଥିଲେ। କିନ୍ତୁ ହଠାତ୍‌ ଭିଡିଓ କଲ ମଝିରେ ହିଁ ସ୍ୱାମୀ ଜଣଙ୍କ ନିଜକୁ ନିଜେ ଗୁଳି କରି ଦେଇଛନ୍ତି।…

ମହାରାଷ୍ଟ୍ରରେ କରୋନା ନୂଆ ଭାରିଏଣ୍ଟ, ଆଉ ୯ JN.1 ସଂକ୍ରମିତ ଚିହ୍ନଟ

ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍‌-ଭାରିଏଣ୍ଟ ଜେଏନ୍‌.୧। ୯…

ରହସ୍ୟଜନକ ଭାବେ ‘ଜିହାଦୀ ଗୁରୁ’ର ମୃତ୍ୟୁ

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ତଥା ଜିହାଦୀ ଗୁରୁ ଭାବେ ପରିଚିତ ଅବଦୁଲ୍ଲା ଶାହୀନ ପ୍ରାଣ ହରାଇଛି। ପାକିସ୍ତାନର କସୌର ଠାରେ ବେଶ ରହସ୍ୟଜନକ ଭାବେ ଗୋଟିଏ ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ଘଟିଛି। ଗୋଟିଏ ଅଜଣା ଗାଡ଼ି ଅବଦୁଲ୍ଲାକୁ ଏତେ…

ବିବାହ କରିବାକୁ ଲିଙ୍ଗ ବଦଳାଇଥିଲେ, ଜନ୍ମଦିନରେ ପ୍ରେମିକାକୁ ଜୀଅନ୍ତା ଜାଳିଦେଲେ

ଅଧା ରହିଗଲା ୨୬ତମ ଜନ୍ମ ଦିନ। ଜନ୍ମଦିନର କ୍ୟାଣ୍ଡେଲ ନ ଲିଭୁଣୁ ଲିଭିଗଲା ଜୀବନ ଦୀପ। ପ୍ରେମିକ ହିଁ ସାଜିଲା ପ୍ରେମିକାର ହତ୍ୟାକାରୀ। ଯାହାକୁ ବିବାହ କରିବାକୁ ଲିଙ୍ଗ ବଦଳାଇଥିଲେ ତାକୁ ହିଁ କଲେ ହତ୍ୟା। ପ୍ରଥମେ ବେକୁ ଚେନ୍‌ରେ ବାନ୍ଧିଲା…