ଅନୁଗୁଳ : ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ । ଅନୁଗୋଳ ନିଶା ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ ଘଟିଛି । କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ହିନ୍ଦୋଳନ ମେଡିକାଲକୁ ନିଆଯାଇଥିଲା । ତେବେ କଟକ ସ୍ଥାନାନ୍ତର ପୂର୍ବରୁ ତିନି ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏହି ଘଟଣା ପରେ ଶ୍ରମିକ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ଉଠିଛି । କିଲନ୍ ରେ କାମ କରିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ, ସେଥିରେ ଅବହେଳା ହୋଇଥିଲା କି ନାହିଁ । ମୃତ୍ୟୁର ପ୍ରକୃତ କାରଣ କଣ, କେମିତି ଏହି ଅଘଟଣ ଘଟିଲା ଏବଂ ଏଥିପାଇଁ ଦାୟୀ କିଏ ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତର ଆବଶ୍ୟକତା ରହିଛି ।

