Sherman ali ahmed raijor dal assam politics congress turncoat defector trinamool congress wins mandi 035454950 16x9 0

ଆସାମ:କାମ କଲା ମୋଦି ମ୍ୟାଜିକ।  ବିଫଳ ହେଲା କଂଗ୍ରେସ । ଆସାମରେ ପୁଣିଥରେ ସରକାର ଗଢ଼ିବ ବିଜେପି। ବହୁମତ ହାସଲ କରିଛି ଭାଜପା।  ଆସାମରେ ଭାଜପା ସପକ୍ଷରେ ଯାଇଛି ଜନାଦେଶ। ବିଜେପିର ଝଡ ଭିତରେ ଗୋଟିଏ ଆସନରୁ ବାଜିମାରିନେଇଛି ଟିଏମସି। ମିୟାଁ ପଲିଟିକ୍ସ ଉପରେ ଭାରି ପଡ଼ିଲା ମାମା ମ୍ୟାଜିକ୍।  ୩ୟ ଥର ପାଇଁ ଆସାମରେ ହେବାକୁ ଯାଉଛି  ବିଜେପି ସରକାର । ବିଜେପିର ଝଡ଼ ଭିତରେ ଟିଏମସିକୁ ମିଳିଛି ଅପ୍ରତ୍ୟାଶିତ ବିଜୟ। ଟିଏମସର ଜଣେ ପ୍ରାର୍ଥୀ ମଣ୍ଡିଆ ନିର୍ବାଚନ ମଣ୍ଡଳୀରେ ବିଜୟ ହାସଲ କରିଛନ୍ତି। ଶେରାମାନ ଅଲୀ ଅହମଦ ଟିଏମସି ଟିକେଟରୁ ନିର୍ବାଚନରେ ଲଢ଼ୁଥିବା ବେଳେ ଦମଦାର ବିଜୟ ହାସଲ ପାଇଛନ୍ତି।

ପଶ୍ଚିମ ଆସାମରେ ଅହମଦ ଜଣେ ପରିଚିତ ଚେହେରା। ସେ ୩ଥରର ବିଧାୟକ। ତାଙ୍କର ଲୋକପ୍ରିୟତା ମଧ୍ୟ ବେଶ ଅଧିକ। ୨୦୧୧ରେ ବାଘବାରରୁ ଏଆଇୟୁଡିଏଫର ନେତା ଭାବେ ଆସାମ ବିଧାନସଭାକୁ ଯାଇଥିଲେ। ୨୦୧୬ ଓ ୨୦୨୧ରେ ସେ କଂଗ୍ରେସ ଟିକେଟରେ ଜିତିଥିଲେ। ତେବେ ଦଳୀୟ ଶୃଙ୍ଖଳାକୁ ଉଲ୍ଲଙ୍ଘନ କରି କଂଗ୍ରେସରୁ ନିଲମ୍ବିତ ହୋଇଥିବା ଅହମଦ କ୍ରମାଗତ ଭାବେ ଦଳକୁ ସମାଲୋଚନା କରି ଚାଲିଥିଲେ।୨୦୨୬ ଫେବୃଆରୀ ମାସରେ ସେ କଂଗ୍ରେସ ସହଯୋଗୀ ରାଇଜୋର ଦଳରେ ମିଶିଥିଲେ। ତାଙ୍କୁ ଉପ ସଭାପତି ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା। ଅହମଦଙ୍କୁ ଦଳ ମଣ୍ଡିଆ ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ମାସକ ମଧ୍ୟରେ ସବୁ କିଛି ବଦଳି ଯାଇଥିଲା।କଂଗ୍ରେସ ସିଟ ଶେୟାରିଂ ଫର୍ମୁଲା ଅନୁସାରେ ମଣ୍ଡିଆରୁ ନିଜ ଇଚ୍ଛାରେ ପ୍ରାର୍ଥୀ ଦେଇଥିଲା। ଏଥିଯୋଗୁ ମଣ୍ଡିଆ ଆସରେ ଅହମଦଙ୍କୁ ଡ୍ରପ କରାଯାଇଥିଲା। ଏଥିରେ ସେ ଉତକ୍ଷିପ୍ତ ହୋଇଥିଲେ। ଏଥିପାଇଁ ଟିଏମସିରେ ଯୋଗ ଦେଇଥିଲେ। ଟିଏମସି ତାଙ୍କୁ ଟିକେଟ ଦେଇଥିଲା ଓ ଦଳର ଏକମାତ୍ର ପ୍ରାର୍ଥୀ ଭାବେ ସେ ବିଜୟୀ ମଧ୍ୟ ହୋଇଛନ୍ତି।

Share