ନୂଆ ନିୟମ: ୭ ଦିନ ଭିତରେ ଦୋଷମୁକ୍ତ ପାଇଁ ଆବେଦନ, ଅଭିଯୁକ୍ତ ଫେରାର ଥିଲେ ବି ବିଚାର ହେବ

ଦେଶରେ ପ୍ରଚଳିତ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଦେଶରେ ଆଇପିସି, ସିଆରପିସି ଓ ଆଇଇଏ ବଦଳରେ ୩ ନୂଆ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା, ସିଆରପିସି ବଦଳରେ ଭାରତୀୟ ନାଗରିକ…

ଅଟକାଇଲେ ପୁଲିସ ବାବୁ, ଗାଡ଼ି ଚଢ଼ାଇ ଦେଲେ ମଦ ମାଫିଆ

ଥମୁନି ମଦ ମାଫିଆଙ୍କ ଗୁଣ୍ଡାରାଜ। ମଦମୁକ୍ତ ଆଇନ ଲାଗୁ ହୋଇଥିଲେ ମଧ୍ୟ ବିହାରରେ ଦିନକୁ ମଦ ମାଫିଆଙ୍କ ରାଜ ବଢ଼ିବାରେ ଲାଗିଛି। ସାଧାରଣ ଲୋକ ତ ଦୂରର କଥା ଏମାନେ ପୁଲିସକର୍ମୀଙ୍କୁ ମଧ୍ୟ ଛାଡୁନାହାନ୍ତି। ଚେକିଂ ବେଳେ ଧରାପଡିଯିବା ଭୟରେ ଏହି…

ସକାଳ ଚା’ ଦେବାରେ ବିଳମ୍ବ କଲେ ସ୍ତ୍ରୀ, ଖଣ୍ଡାରେ ମୁଣ୍ଡଗଣ୍ଡି ଅଲଗା କରି ଦେଲେ ସ୍ୱାମୀ

ସକାଳ ଚା’ ଦେବାରେ ସ୍ତ୍ରୀ ବିଳମ୍ବ କରିବାରୁ ସ୍ୱାମୀ ତାଙ୍କୁ ଖଣ୍ଡାରେ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦର ଭୋଜପୁର ଗାଁରେ। ମୃତ ମହିଳାଙ୍କ ନାଁ ସୁନ୍ଦରୀ (୫୦)। ତାଙ୍କ ସ୍ୱାମୀଙ୍କ…

ପନ୍ନୁକୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ: ନୀରବତା ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦି

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ଆମେରିକାରେ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ର ପଛରେ ଭାରତର ହାତ ଥିବା ଅଭିଯୋଗ ହୋଇଛି। ଆମେରିକା ଏପରି ଅଭିଯୋଗ ଆଣିବା ସହ ଭାରତ ସରକାରଙ୍କୁ ମଧ୍ୟ ଜଣାଇଥିଲା। ଏବେ ଏହି ଘଟଣା ଉପରେ ପ୍ରଥମଥର…

ଲାଲୁ-ତେଜସ୍ୱୀଙ୍କୁ ଡାକିଲା ଇଡି

ବଢ଼ିଲା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ। ଉଭୟଙ୍କ ବିରୋଧରେ ଜାରି ହେଲା ସମନ। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଓ ତେଜସ୍ୱୀଙ୍କ ବିରୋଧ…

ନିଲମ୍ବିତ ହେଲେ ଆଉ ୨ ବିରୋଧୀ ସାଂସଦ, ୧୪୩ରେ ପହଞ୍ଚିଲା ସଂଖ୍ୟା

ଲୋକସଭାରୁ ନିଲମ୍ବନ ହେଲେ ଆଉ ଦୁଇ ବିରୋଧୀ ସାଂସଦ। ଲୋଭସଭା ବାଚସ୍ପତି ଓମ୍ ବିର୍ଲା ଆଜି ଆଉ ଦୁଇ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏହାକୁ ମିଶାଇ ଚଳିତ ଶୀତ ଅଧିବେଶନରେ ଉଭୟ ଗୃହରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକର ଦିନକ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦଳର ୯ ସାଂସଦଙ୍କୁ ଧରି ଦିଦି ସଂସଦରେ ମୋଦିଙ୍କ ସହ ବୈଠକ କରିଛନ୍ତି। ପଶ୍ଚିମବଙ୍ଗକୁ ବିଭିନ୍ନ କେନ୍ଦ୍ରୀୟ ଯୋଜାରେ ପାଣ୍ଠି ବାକି ରହିଥିବାରୁ ଏ…

‘ମିମିକ୍ରି ହେଉଛି ଏକ କଳା, ଉପରାଷ୍ଟ୍ରପତିଙ୍କୁ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନଥିଲା’

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼େଙ୍କୁ ଅପମାନିତ କରିବା ପ୍ରସଙ୍ଗରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ଧନଖଡ଼େଙ୍କ ମିମିକ୍ରି କରିବା ଉପରେ ସଫେଇ ରଖିଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ। ସେ କହିଛନ୍ତି, ଉପରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି।…

‘ଇଣ୍ଡିଆ’ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ଖାଡ଼ଗେ, ରାଗିଲେ ନୀତୀଶ-ଲାଲୁ!

ଆସନ୍ତା ୨୦୨୪ରେ  ମୋଦିଙ୍କୁ ଟକ୍କର ଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ। ସେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ଏନେଇ ବିରୋଧୀ ମେଣ୍ଟର ଚତୁର୍ଥ ବୈଠକରେ ନିଷ୍ପତ୍ତି ହୋଇଛି। ଆଉ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ଉପରାଷ୍ଟ୍ରପତିଙ୍କ ମିମିକ୍ରି କରିବା ପଡ଼ିଲା ମହଙ୍ଗା, ଟିଏମ୍‌ସି ସାଂସଦଙ୍କ ନାଁରେ ମାମଲା ରୁଜୁ

ଉପରାଷ୍ଟ୍ରପତିଙ୍କ ମିମିକ୍ରି କରିବା ପଡିଲା ମହଙ୍ଗା। ବିରୋଧୀ ସାଂସଦଙ୍କ ନିଲମ୍ବନ ପରେ ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡେଙ୍କ ମିମିକ୍ରି ବା ନକଲ କରିଥିବା ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ନାଁରେ ରୁଜୁ ହୋଇଛି ମାମଲା। ତାଙ୍କ ବିରୋଧରେ ଦିଲ୍ଲୀ ପୁଲିସ…