Kanasa

ପିପିଲି : ପୁରୀ ଜିଲ୍ଲା କଣାସରେ ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିବା ଘଟଣା। କଣାସ ଥାନାର ୩ ଏଏସ୍‌ଆଇଙ୍କୁ ପୁରୀ ଏସ୍‌ପି ବଦଳି କରିଛନ୍ତି। ଜୁମର ବିଶ୍ଵାଳ, ସଞ୍ଜୟ ପାଟ୍ଟଶାଣୀ ଓ ସନ୍ତୋଷ ଉଦୟସିଂହଙ୍କୁ ଅସ୍ତରଙ୍ଗ, କାକଟପୁର ଓ କୃଷ୍ଣପ୍ରସାଦ ଥାନାକୁ ବଦଳି କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିବା ପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ । କଣାସ ଥାନା ଦୋକନ୍ଦା ଗାଁର ମୃତ୍ୟୁଞ୍ଜୟ ଭାରିମଳଙ୍କୁ ଶନିବାର ଦିନ ଗୋଲାବଜାର ମାଛ ମାର୍କେଟ ନିକଟରେ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୩ରୁ ୬ ଜଣ ଦୁର୍ବୃତ୍ତ ଏକ ଧାରୁଆ ପନିକିରେ ମୃତ୍ୟୁଞ୍ଜୟଙ୍କୁ ନିର୍ମମ ଭାବେ ହାଣିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡ଼ି ରହିଥିବାବେଳେ ବଜାରରେ ଦୁର୍ବୁତ୍ତମାନେ ଆତଙ୍କ ଖେଳାଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

Share