ନିଆଳି : ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାରି ସାଲାଇନ୍ ଦେବା ପ୍ରତିବାଦରେ ରୋଗୀ ଅଭିଭାବକ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ହୋଇଛନ୍ତି ମୁହାଁମୁହିଁ । ବିଳମ୍ବିତ ରାତିରେ ନଗରୀ ଗ୍ରାମର ଆଲୋକ ଗଜେନ୍ଦ୍ର ନିଜ ପୁଅକୁ ଦେହ ଖରାପ ହେବାରୁ ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ।
ଡାକ୍ତର ଦେଖିବାପରେ ସାଲାଇନ୍ ଲଗାଇବା ପାଇଁ କହିବା ସହ ଔଷଧ ଲେଖିଥିଲେ ମାତ୍ର ଏକ୍ସପାରି ସାଲାଇନ୍ ଦେଖି ତାକୁ ଲଗାଇବାକୁ ବିରୋଧ କରିଥିଲେ ଆଲୋକ । ପରେ ଅନ୍ୟ କେତେକ ରୋଗୀଙ୍କୁ ସେହି ସାଲାଇନ୍ ଲଗାଯାଇଥିବା ଓ ଗଚ୍ଛିତ ଥିବା ଦେଖିବାକୁ ମିଳିବାରୁ ଉତେଜନା ଦେଖାଦେଇଥିଲା ।
ଖବର ପାଇ କଟକ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଚ୍ଛିତ ରହିଚି ବହୁ ମାତ୍ରରେ ଏକ୍ସପାରୀ ସାଲାଇନ୍ । କାହିଁକି ଓ କେଉଁ କେଉଁ ପରିସ୍ଥିତିରେ ଏକ୍ସପାରୀ ସାଲାଇନ୍ ଗଚ୍ଛିତ ରହି ରୋଗୀଙ୍କୁ ଦିଆଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଚ କର୍ତ୍ତୃପକ୍ଷ ଘଟଣାରେ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି ।