Whatsapp image 2023 10 17 at 15.57.24 750x430

ନୂଆଦିଲ୍ଲୀ: ଚନ୍ଦ୍ରରେ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଏବେ ଗଗନଯାନ ଅଭିଯାନ ଆରମ୍ଭ କରିଛି, ଯାହାର ପ୍ରସ୍ତୁତି ଖୁବ୍ ଦ୍ରୁତ ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ପ୍ରସ୍ତୁତି ର ସମୀକ୍ଷା କରିବା ସହ ଭାରତର ମହାକାଶ ଅଭିଯାନର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଏହି ସମୟରେ ଇସ୍ରୋ ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିସନ ସମ୍ବନ୍ଧୀୟ ଅନେକ ସୂଚନା ଦେଇଥିଲେ ।
୨୦୩୫ ସୁଦ୍ଧା ଭାରତ ମହାକାଶ କେନ୍ଦ୍ର ସ୍ଥାପନ କରିବ। ସେହିପରି ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମାନବ ପଠାଇବ ଭାରତ । ଏ ନେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ମୁଖ୍ୟ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଗଗନଯାନର ପ୍ରଥମ ପ୍ରଦର୍ଶନ ଉଡ଼ାଣ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସହ ଇସ୍ରୋ ବୈଜ୍ଞାନିକମାନଙ୍କୁ ମଙ୍ଗଳ ଲ୍ୟାଣ୍ଡରର ଶୁକ୍ର ଅର୍ବିଟର ମିଶନରେ କାମ କରିବାକୁ କହିଥିଲେ।

ସୂଚନାଯୋଗ୍ୟ ଯେ ଏବେ ମହାକାଶରେ ଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଭୟ ଆମେରିକା ଓ ରୁଷ ମିଳିତଭାବେ ପ୍ରତିଷ୍ଠା କରିଛନ୍ତି । ଏଥିରେ ୟୁରୋପୀୟ ମହାକାଶ ଏଜେନ୍ସି, ଜାପାନ ଓ କାନାଡାର ମହାକାଶ ଏଜେନ୍ସି ବି ସଂପୃକ୍ତ ଅଛନ୍ତି । ସେହିପରି ଚୀନ ମଧ୍ୟ ନିଜସ୍ବ ମହାକାଶ କେନ୍ଦ୍ର ସ୍ଥାପନ କରିସାରିଛି ।

Share