Argusnews sethi e46727d0 cb30 4339 8fa4 843e27f06afb

ଭୁବନେଶ୍ବର: ବଦଳିଲେ କଟକ ଜିଲ୍ଲାପାଳ। ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ। ଡକ୍ଟର ଭବାନୀ ଶଙ୍କର ଚୟନୀ ଉଚ୍ଚ ଶିକ୍ଷା ନିର୍ଦେଶକ ଭାବେ ଅବସ୍ଥାପିତ।
ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ। ତେବେ ଭବାନୀ ଶଙ୍କରଙ୍କୁ ତାଙ୍କ ସ୍ଥାନକୁ ବଦଳି କରାଯାଇ ନରହରିଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଗତକାଲି ଦୁର୍ଗାପୂଜା ଭସାଣି ବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ବାଜା ବଜାଉଥିବାର ଦେଖିବାକୁ ମିଳିଥିଲା।

Share