2f35d059 6cbd 4eb2 9615 61e11d23c924 750x430 1

ବ୍ରହ୍ମଗିରି: ଚିଲିକା ହ୍ରଦରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଯେଉଁ ଚାଳକ ନିଖୋଜ ହୋଇଯାଇଥିଲେ, ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ନିଖୋଜ ଚାଳକ ବିକ୍ରମ ଜାଲିଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତାପରେ ଅଗ୍ନିଶମ କର୍ମଚାରୀମାନେ ଆସି ବିକ୍ରମ ଜାଲିଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡି ଅଧୀନ ଡ୍ରୋଜର କୁଦାଠାରେ ଗତକାଲି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲେ। ନିଖୋଜ ନାବିକ ହେଲେ ବିକ୍ରମ ଜାଲି (୫୫)। ସେ ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡିର ବଳଭଦ୍ରପୁର ନିବାସୀ।
ସୂଚନା ଅନୁସାରେ ପଶ୍ଚିମବଙ୍ଗର ହାଓଡ଼ାରୁ ଚୟନ ହାଜରାଙ୍କ ହେପାଜତରେ ୨ଟି ପରିବାର ଗତକାଲି ଅପରାହ୍ଣରେ ସାତପଡ଼ାରେ ପହଞ୍ଚିଥିଲେ। ଏହି ୨ଟି ପରିବାରରେ ୩ଜଣ ଶିଶୁ, ୨ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଥିଲେ। ଅପରାହ୍ଣ ପ୍ରାୟ ୨ଟାରେ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଏକ ଘରୋଇ ଡଙ୍ଗାରେ ଚିଲିକାର ବୃହତ୍ ଜଳରାଶି ଭିତରକୁ ପ୍ରବେଶ ଡଲଫିନ୍ ଦେଖିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ। ପର୍ଯ୍ୟଟକମାନେ ଡ୍ରୋଜର କୁଦାରେ ପହଞ୍ଚିଲା ପରେ ନାବିକ ବିକ୍ରମ ଜାଲି ଡଙ୍ଗାକୁ ବନ୍ଦ କରିଦେଇଥିଲେ।

Share