Screenshot 2023 11 20

ଯାଜପୁର: ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି କଙ୍କାଳ। ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି କଙ୍କାଳ ମଣିଷର କିମ୍ବା କୌଣସି ପଶୁଙ୍କର ତାହା ଜଣାପଡି ନାହିଁ। ଆଜି ଖବର ପ୍ରଚାରିତ ହେବା ପରେ ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। କଙ୍କାଳ ଦୁଇଟିର ପରିଚୟ ଅସ୍ପଷ୍ଟ ରହିଛି।

ଖବର ପାଇ ଯାଜପୁର ଏସପି ଭିନିତ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ ବାହିନୀ ସହାୟତାରେ ଦୁଇଟି କଙ୍କାଳକୁ ଉଦ୍ଧାର କରାଯାଇଛି। ଏହାର ନମୁନା ଯାଞ୍ଚ ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ଏସପି କହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ସେପଟେ ଉଭୟ କଙ୍କାଳକୁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ।

Share