ସୋର : ଏ ଭାଇ କେହି ଟିକେ ପାଣି ଦିଅ । ମୋ ସ୍ୱାମୀ ମୁହଁରେ ପାଣି ଠୋପାଏ ଦେବି କେହି ମୋତେ ଟିକେ ପାଣି ଦିଅ । ମୋ ସ୍ୱାମୀର ଏ କଣ କଲୁ ଲୋ ମାଆ । ମାଆ ଲୋ ମୋ ସ୍ୱାମୀକୁ ବଞ୍ଚେଇଦେ, ତୋତେ ନେହୁରା ହଉଛି ଲୋ ମାଆ ମୋ ସ୍ୱାମୀକୁ ବଞ୍ଚେଇ ଦେ । ମୋ ସଂଙ୍ଖା ସିନ୍ଦୁରକୁ ରକ୍ଷା କରିଦେ ଲୋ ମାଆ । ମୋର ଏ ଦୁନିଆରେ କିଏ ଅଛି ତାଙ୍କ ଛଡା । ମୋ ସ୍ୱାମୀକୁ ବଞ୍ଚେଇ ଦିଅ । ସ୍ୱାମୀକୁ କୋଳରେ ଶୁଆଇ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି ସ୍ତ୍ରୀ । ହାତ ମୁଣ୍ଡ ବାଡେଇ ବାହୁନି ବାହୁନି କାନ୍ଦୁଛି କଣ ହେଇଗଲା ଏ ସବୁ । ମୋ ସ୍ୱାମୀର ଏ କଣ ହେଇଗଲା । ସୋର ଷ୍ଟେସନର ଏ ଚିତ୍ର ଥିଲା ଭାରି ହୃଦୟ ବିଦାରକ । ସ୍ତ୍ରୀ ଆଗରେ ସ୍ୱାମୀର କଟିଗଲା ଗୋଡ । ଦୁଇଟି ଯାକ ଗୋଡ କଟିଗଲା ସ୍ୱାମୀ ପଡିଗଲେ ତଳେ । ସ୍ୱାମୀକୁ କୋଳରେ ଶୁଆଇ ଷ୍ଟେସନରେ ବସି ଲୋକଙ୍କୁ ସାହାଯ୍ୟ ଭିକ୍ଷା କରୁଛି ସ୍ତ୍ରୀ । ମୁଣ୍ଡ ବାଡେଇ ବାଡେି କାନ୍ଦୁଛି, ପୁଣି ସ୍ୱାମୀର ମୁଣ୍ଡକୁ ଆଉଁସି ଦେଉଛି, ଗେଲ କରି କହି ପକାଉଛି ଏଇ ତୁମେ ମୋତେ ଛାଡି ଯିବନି, ତୁମ ଆଖି ଜମା ବି ବନ୍ଦ କରିବନି, ତୁମ ବିନା କେମିତି ବଞ୍ଚିବି ମୁଁ ଏତେ ବଡ ଏ ଦୁନିଆରେ ।
ଆଉ ଯେତେବେଳେ ଜାଣିଲେ ସେ ବାଲେଶ୍ୱରରେ ନୁହେଁ ସୋରରେ ଓହ୍ଲାଇଛନ୍ତି ତ ସେ ପୁଣି ଟ୍ରେନକୁ ଚଢ଼ିଗଲେ । ଆଉ ଚଢ଼ିବାବେଳେ ଗୋଡ଼ ଖସି ଟ୍ରେନ ଚକା ତଳକୁ ଚାଲିଯାଇଥିଲା । ମନୋଜ ଦୁଇ ଗୋଡ଼ ହରାଇ ମୁମୂର୍ଷ ହୋଇ ପଡିଥିବା ବେଳେ ସ୍ତ୍ରୀ ସୀମା ମୁଣ୍ଡପିଟି ତଳେ ଗଡି ଯାଉଥିଲେ । ସୀମା ମୁର୍ମୂଷ ସ୍ବାମୀର ଦୁଇ କଟା ଗୋଡ଼ରୁ ବୋହି ହଉଥିବା ରକ୍ତ ବନ୍ଦ ପାଇଁ ନିଜ ପଣତ କାନିରେ କ୍ଷତ ସ୍ଥାନକୁ ବାନ୍ଧି ଦେଇଥିଲା । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି କିଛି ଲୋକ ଦମକଳ ବାହୀନିକୁ ଖବର ଦେଇଥିଲେ । ଦମକଳ ବାହିନୀ ମନୋଜକୁ ଉଦ୍ଧାର କରି ସୋର ଡାକ୍ତରଖାନlରେ ଭର୍ତ୍ତି କରିଥିଲେ । ପରେ ମନୋଜକୁ କଟକ ସ୍ଥାନାନ୍ତର କରାଯାଇଛି । ପଢ଼ୁଆଁ ଅଷ୍ଟମୀ ପାଇଁ ନୂଆ ଜାମା ପ୍ୟାଣ୍ଟ କିଣି କେତେ ଖୁସିରେ ଟ୍ରେନରେ ବସି ଘରକୁ ଆସୁଥିଲେ ଏ ସ୍ୱାମୀ ସ୍ତ୍ରୀ । କିନ୍ତୁ ସମୟ ଖରାପ ପଡିଗଲା ଆଉ ହଠାତ୍ ସବୁକିଛି ବଦଳିଗଲା ଅଧା ରହିଗଲା ପ୍ରଥମାଷ୍ଟମୀ ।