Whatsapp image 2023 12 05 at 18.34.37 600x430

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ କେତେକ ଗୋଷ୍ଠୀ ଦେଶରେ ଉତ୍ତର ଓ ଦକ୍ଷିଣ ଭାରତ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରିଚାଲିଛନ୍ତି । ଉତ୍ତରଭାରତ ଲୋକେ ଶିକ୍ଷାଗତ ଦୃଷ୍ଟିକୋଣରୁ ଦୁର୍ବଳ ଏଣୁ ସବୁବେଳେ ବିଜେପିକୁ ଭୋଟ ଦେଉଛନ୍ତି ବୋଲି ପ୍ରଚାର କରାଯାଉଛି । ଏହି କ୍ରମରେ ଏକ ବିବାଦୀୟ ବୟାନ ଦେଇଛନ୍ତି ଡିଏମକେ ନେତା ।

ଡିଏମକେ ସାଂସଦ ଡିଏନଭି ସେନ୍ଥିଲକୁମାର ଏହି ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପିର ଶକ୍ତି କେବଳ ହିନ୍ଦୀ ବେଲ୍ଟ ରାଜ୍ୟରେ ନିର୍ବାଚନ ଜିତିବା । ଏହି ରାଜ୍ୟଗୁଡ଼ିକୁ ଆମେ ସାଧାରଣତଃ ‘ଗୋମୂତ୍ର’ ରାଜ୍ୟ ବୋଲି କହିଥାଉ।

ଲୋକସଭାରେ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୩ ଉପରେ ବିତର୍କ ଚାଲିଥିବା ବେଳେ ସେ ଏହି ବୟାନ ଦେଇଛନ୍ତି। ବିତର୍କରେ ଭାଗ ନେଇ ଡିଏନଭି ସେନ୍ଥିଲକୁମାର କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳ ସବୁବେଳେ ରାଜ୍ୟ ହେବାକୁ ଚାହୁଁଛି, କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯେଉଁଠାରେ ଗୋଟିଏ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ରେ ପରିଣତ ହୋଇଛି।

ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି । କାରଣ ନିଜର ହିନ୍ଦୁ ବିରୋଧୀ ନୀତି ପାଇଁ ଡିଏମକେ ପରିଚିତ ହୋଇଥିବାବେଳେ ଏହି ବୟାନକୁ ବି ହିନ୍ଦୁ ବିରୋଧୀ ଭାରେ ଦେଖାଯାଉଛି ।

Share