ARREST

ଭୁବନେଶ୍ୱର : ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି ।  ଫେକ ସାର୍ଟିଫିକେଟରେ ଗୃହ ବିଭାଗରେ ଚାକିରି କାରସାଦି ।  ବନ୍ଧା ହେଲେ କର୍ମଚାରୀ ।  ଜୁନିୟର ଏକ୍ଜ୍ୟୁକେଟିଭ ଆସିଷ୍ଟାଣ୍ଟ ଶିବ ପ୍ରସାଦ ରଥ ଗିରଫ ।  ପୁରୀ ଗୋପ ନାଗପୁର ଅଞ୍ଚଳରୁ ଗିରଫ କଲା କମିଶନରେଟ୍ ପୋଲିସ୍ ।  ଉତ୍ତର ପ୍ରଦେଶ ମୋନାଡ ୟୁନିଭରସିଟିର ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ।  ଓଡ଼ିଶା ଷ୍ଟାଫ ସିଲେକ୍ସନ ସୁପାରିଶ କ୍ରମେ ଚାକିରି ପାଇଥିଲେ ।  ଉତ୍ତରପ୍ରଦେଶ ହାପୁର ପୋଲିସ ଦ୍ବାରା ସାର୍ଟିଫିକେଟ ଯାଞ୍ଚ ବେଳେ ଧରାପଡ଼ିଥିଲା ନକଲି ସାର୍ଟିଫିକେଟ କାରସାଦି ।  ଗୃହ ବିଭାଗ ଉପସଚିବ ପ୍ରଦୀପ ବେହେରାଙ୍କ ଲିଖିତ ରିପୋର୍ଟ ଆଧାରରେ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ ।  ଅଭିଯୁକ୍ତ ଠାରୁ ନକଲି ବିସିଏ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ, ପ୍ରୋଭିଜିନାଲ ସାର୍ଟିଫିକେଟ ଜବତ ହୋଇଛି ।  ଅଭିଯୁକ୍ତକୁ କ୍ୟାପିଟାଲ ଥାନା କେସ ନମ୍ବର ୪୦୫/୨୬ ରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

Share