E2312177 2734 4306 a88d eeb10bbf27f4 750x430

ନୂଆଦିଲ୍ଲୀ: ବିଜେପିର କର୍ମକର୍ତ୍ତାମାନେ ନିଜର ଦଳକୁ ସବୁବେଳେ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଆନ୍ତି। ଏମିତି ଅନେକ କର୍ମକର୍ତ୍ତା ଅଛନ୍ତି ଯେଉଁମାନେ ନିର୍ବାଚନ ସମୟରେ ଦଳର ବିଜୟ ପାଇଁ ଭୋକଶୋଷ ଭୁଲି ଯାଇଥାଆନ୍ତି। ବିଜେପିର ଏମିତି ଜଣେ କର୍ମକର୍ତ୍ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଯାହାଙ୍କ ନାମ ରାମଦାସ ପୁରି। ରାମଦାସ ଅନୁପପୁରର ବିଜେପି ଜିଲ୍ଲା ଅଧ୍ୟକ୍ଷ ।
ରାମଦାସ ଖରା, ବର୍ଷା ଓ ଶୀତକୁ ଖାତିର ନକରି ୬ବର୍ଷ ଖାଲି ପାଦରେ ଯାତ୍ରା କରୁଥିଲେ। କାରଣ ୨୦୧୮ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ହାରି ଯାଇଥିଲା। ଏହି ହାରକୁ ଦେଖି ରାମଦାସ ସଂକଳ୍ପ ନେଇଥିଲେ କି ଯେପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ବିଜେପି ଜିତିବ ନାହିଁ, ସେ ପର୍ଯ୍ୟନ୍ତ ସେ ଖାଲିପାଦରେ ରହିବେ।
୨୦୨୦ରେ ମଧ୍ୟପ୍ରଦେଶରେ ବିଜେପି ସରକାର ଆସିଥିଲା କିନ୍ତୁ ଏହା ବିଧାସଭା ନିର୍ବାଚନରେ ବିଜୟୀ ହୋଇ ହୋଇ ନଥିଲା। ତେଣୁ ରାମଦାସ ବିଧାସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲେ। ତାଙ୍କର ଅନେକ ଦିନର ସ୍ବପ୍ନ ଇଚ୍ଛ‌ା ୨୦୨୪ ଡି‌ସେମ୍ବର ୩ ତାରିଖରେ ପୂରା ହୋଇଛି। କାରଣ ମଧ୍ୟପ୍ରଦେଶରେ ବିଧାସଭା ନିର୍ବାଚନରେ ବିଜେପି ଜିତିଯାଇଛି।
ଏହି ସଂକଳ୍ପ ପୂରା ହେବାପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ ନିଜେ ରାମଦାସଙ୍କ ପାଖରେ ପହଞ୍ଚି ତାଙ୍କୁ ଜୋତା ପିନ୍ଧାଇଥିଲେ। ଆଉ କହିଥିଲେ,‘ରାମଦାସଙ୍କ ଭଳି କର୍ମକର୍ତ୍ତା ଦଳ ପାଇଁ ଶକ୍ତି ଓ ପୁଞ୍ଜି।’

Share