Attack 1703826044

ମୋବାଇଲ ମାନିଆ ମହିଳା ଭୁଲିଗଲେ ସମ୍ପର୍କର ମୂଲ୍ୟ। ସାମାନ୍ୟ ମୋବାଇଲ ପାଇଁ ଘରେ ଘଟାଇଲେ ରକ୍ତପାତ । ଏପରିକି ମୋବାଇଲ ଆଗରେ ତୁଚ୍ଛ ଲାଗିଲେ ସ୍ୱାମୀ । ଫଳରେ ମୋବାଇଲ ମାଗୁଥିବା ମ୍ବାମୀଙ୍କ ଆଖିରେ କଇଁଚି ଭୁଷିବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି।

ପତ୍ନୀଙ୍କ କଇଁଚି ଆକ୍ରମଣରେ ଗୁରୁତର ହୋଇଥିବା ସ୍ୱାମୀଜଣକ ହେଲେ ଅଙ୍କିତ। ଏନେଇ ଅଙ୍କିତ ନିଜ ପତ୍ନୀ ପ୍ରିୟଙ୍କାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୟୁଟ୍ୟୁବ୍‌ରୁ ଗୀତ ଶୁଣିବାକୁ ଅଙ୍କିତ ପତ୍ନୀ ପ୍ରିୟଙ୍କାଙ୍କୁ ତାଙ୍କ ମୋବାଇଲ ମାଗିଥିଲେ। ମାତ୍ର ନିଜେ ଗୀତ ଶୁଣୁଥିବା କହି ମୋବାଇଲ ଦେବାକୁ ମନା କରିଦେଲେ ପ୍ରିୟଙ୍କା।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେଲା। ଏଥିରେ ଉତ୍‌କ୍ଷିପ୍ତ ପ୍ରିୟଙ୍କା ଏକ ଛୁରୀ ଆଣି ଅଙ୍କିତଙ୍କ ଆଖିରେ ଭୁଷି ଦେଇଥିଲେ। ଫଳରେ ଅଙ୍କିତ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଙ୍କିତ ଘରକୁ ଫେରିଛନ୍ତି।

ଅଙ୍କିତଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଙ୍କିତାଙ୍କୁ ପଚରାଉଚରା କରିନି। ଏହି ଘଟଣାରେ ଯିଏ ବି ଦୋଷୀ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Share