ଭୁବନେଶ୍ଵର: ସାଇବର ଲୁଟେରାଙ୍କ ନୂଆ ତରିକା । ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଜଣେ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ ।
ଏନେଇ ଅଭିଯୋଗକାରୀ ୨୦୨୩ ନଭେମ୍ବର ୧୫ରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଶେଷରେ ପୁରୀ ସଦର ଥାନା ଭାତକୁଡି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ସାଇବର ଥାନା ପୋଲିସ ।

