ପୁରୀ: ଶ୍ରୀକ୍ଷେତ୍ରରେ ନଗର ପରିକ୍ରମା କଲା ରାମରଥ । ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ବଡଦାଣ୍ଡ । ଆସନ୍ତାକାଲି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଥିବା ବେଳେ ସାରା ଦେଶ ଏବେ ରାମମୟ ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ସହ ଉତ୍ସବ ମନାଯାଉଛି ।ଏହି ଅବସରରେ ଆଜି ଶ୍ରୀକ୍ଷେତ୍ରରେ ରାମରଥ ନଗର ପରିକ୍ରମା କରିଛି ।
ରାତି ପାହିଲେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଉତ୍ସବମୁଖର ପୁରା ଦେଶ । ରଙ୍ଗ ବେରଙ୍ଗ ଫୁଲରେ ମନ୍ଦିରର ଭିତର ଓ ବାହାରପଟକୁ ଫୁଲରେ ସାଜସଜ୍ଜା କରାଯାଇଛି । ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଛି ଫଟୋ ସୋସିଆଲ ମିଡିଆରେ ଶନିବାର ସେୟାର କରାଯାଇଥିଲା । ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନିମନ୍ତ୍ରିତ ଅତିଥି ଅଯୋଧ୍ୟାକୁ ସମାଗମ ହେଲାଣି । କଡା ସୁରକ୍ଷା ମଧ୍ୟରେ ରହିଛି ରାମ ଜନ୍ମଭୂମୀ ଅଯୋଧ୍ୟା ।

