ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମାନ୍ୟବର ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ । ଏହି ପରିପେକ୍ଷିରେ ଭୁବନେଶ୍ୱରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଶ୍ରୀ ଖଡ଼ଗେ ଙ୍କ ସମ୍ବୋଧିତ ସାଧାରଣ ସଭା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ ଓଡିଶା ପ୍ରଭାରୀ ଡ଼ ଅଜୟ କୁମାର ଅନୁମୋଦନ କରିଛନ୍ତି।
ଅନୁମୋଦନ ପାଇଥିବା ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ରହିଛନ୍ତି । ସେହିଭଳି ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି, ଶ୍ରୀ ନିରଂଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ତଥା ପିସିସି କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ତଥା ପିସିସିର ବରିଷ୍ଠ ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀମତି ବିଜୟଲକ୍ଷ୍ମୀ ସାହୁ ରହିଛନ୍ତି ।
ତାଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସମ୍ପାଦକ ଶ୍ରୀ ଶରତ ରାଉତ,ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ,ବିଧାୟକ ଶ୍ରୀ ସିଏସ୍ ରାଜନ ଏକ୍କା, ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶରଥୀ ଗମାଙ୍ଗୋ, କଟକ ନଗର କଂଗ୍ରେସ ସଭାପତି ଶ୍ରୀ ସୁରେଶ ମହାପାତ୍ର,କଟକ ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ମାନସ ରଂଜନ ଚୌଧୁରୀ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ,ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜୟନାରାୟଣ ପଟ୍ଟନାୟକ ପ୍ରମୁଖ ଉକ୍ତ କମିଟିରେ ରହିଛନ୍ତି।
ଅନୁରୂପ ଭାବେ ଉକ୍ତ କମିଟିରେ ରାଜ୍ୟ କଂଗ୍ରେସର ସମସ୍ତ ସାମ୍ମୁଖ୍ୟ, ବିଭାଗ, ପ୍ରକୋଷ୍ଠ ର ସଭାପତି ଏବଂ ମୁଖ୍ୟମାନେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ।

