ImgResizer 20240130 1815

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତିଙ୍କୁ ଆକ୍ରମଣ। ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗରେ ମେଡିକାଲରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ମଦ୍ୟପ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ମୃତ ରୋଗୀଙ୍କ ସମ୍ପର୍କୀୟ।

ସୂଚନା ଅନୁସାରେ, କନ୍ଦପାଲିପଡାର ନିକୁ ବାରିକ ନାମକ ଜଣେ ଯୁବକ ଲିଭର ଜନିତ ସମସ୍ୟାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଆର.ଏନ.ଏସ୍ ଦଳପତି ବିଳମ୍ବରେ ଆସିଥିଲେ। ଏଥିପାଇଁ ରୋଗୀର ଜୀବନ ଗଲା ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

Share