A6cee176 ec55 4a70 821c 829bac876068

ପାଟନା: ବିହାରରେ ଏବେ ଏନଡିଏ ସରକାର ଗଠନ କରାଯାଇଛି, କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିହାର ରାଜନୀତିରେ ପୁଣି ଏକ ଡ୍ରାମା ଦେଖିବାକୁ ମିଳିପାରେ | ବାସ୍ତବରେ ‘ହମ୍’ ବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ସଂଯୋଜକ ଜିତନ୍ ରାମ ମାଂଝୀ ଦୁଇଟି ମନ୍ତ୍ରୀ ପଦବୀ ଦାବି କରୁଛନ୍ତି। ଏହାରି ଭିତରେ କଂଗ୍ରେସ ଜିତନ ରାମଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଛି | ବାସ୍ତବରେ ବିହାରର କଂଗ୍ରେସ ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଜିତନ ରାମ ଏନଡିଏ ସରକାରରେ ଦୁଇଟି ମନ୍ତ୍ରୀପଦ ଦାବି କରୁଛନ୍ତି, ଏନେଇ କଣ କହିବେ। ଏହା ଉପରେ ଅଖିଳେଶ ପ୍ରସାଦ ସିଂ, ଜିତନ ରାମଙ୍କୁ ଏକ ଖୋଲା ଅଫର ଦେଇଛନ୍ତି । ସେ କହିଛନ୍ତି ଯେ ସେ ଆମ ସହିତ ଆସନ୍ତୁ ଏବଂ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବୁ।
ଏହି ବିବୃତ୍ତି ପରେ ବିହାର ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ ସବୁ କଥା ସାର୍ବଜନୀନ କରାଯାଇପାରିବ ନାହିଁ। ତେଜସ୍ୱୀ ଯାଦବ ସ୍ପଷ୍ଟ ଭାବେ କହିଛନ୍ତି ଯେ ଖେଳ ବାକି ଅଛି । ସୂଚନା ଥାଉ କି ଯେ ମହାଗଠବନ୍ଧନରୁ ଅଲଗା ହେବା ପରେ ନୀତୀଶ କୁମାର ଏନଡିଏରେ ଯୋଗ ଦେଇଥିଲେ। ଏହି ନୂତନ ସରକାରରେ ବିଜେପିରୁ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

Share