Loot 1712573514 750x430 1

ରାଉରକେଲା: ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଜଣେ ଯୁବକ ଗିରଫ। ସୋମବାର ରାଉରକେଲା ରେଳ ଷ୍ଟେସନରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଉକ୍ତ ଯୁବକ ତେଲେଙ୍ଗାନାର ବାସିନ୍ଦା ହୋଇଥିବା ବେଳେ ଅଭିଯୁକ୍ତ ଜଣକ କଦମ ସଦାସିବ ବୋଲି ଜଣାପଡିଛି।

ସୂଚନାନୁସାରେ, ସଦାଶିବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜକୁ ଆରପିଏଫ ଅଧିକାରୀ ଭାବରେ ପରିଚିତ କରି ଯୁବତୀମାନଙ୍କୁ ପ୍ରେମ ନିବେଦ କରୁଥିଲେ। ଯୁବତୀଙ୍କ ସହ ମିଛି ମିଛିକା ଭଲ ପାଇବା ପରେ କୌଶଳ କରି ସେମାନଙ୍କଠୁ ଅର୍ଥ ହଡ଼ପ କରୁଥିଲେ ଅଭିଯୁକ୍ତ । ଗତ କିଛି ବର୍ଷ ହେବ ସେ ଏହି କାମ କରୁଥିଲେ। ଅନେକ ଯୁବତୀଙ୍କ ଠାରୁ ଏଭଳି ଢଙ୍ଗରେ ସେ ଅର୍ଥ ହଡ଼ପ କରିବା ନେଇ ଅଭିଯୋଗ ରହିଛି।

ଅଭିଯୋଗ ପାଇବା ପରେ ରାଉରକେଲା ଜିଆରପି ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଆରପିଏଫର ଅଭିଯୋଗ କ୍ରମେ ଜିଆରପି ଥାନାରେ ମାମଲା ରୁଜୁ ହୋଇଛି।

Share