Pol

ଭୁବନେଶ୍ୱର  : କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ ।  ପୋଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ ।  ୭ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ ମିଳିଛି ।  CBI, Customs, କହି ନକଲି କାର୍ଡ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଉ ଥିଲେ ।  ଏହା ଏକ ଇରାନିଆନ ଗ୍ୟାଙ୍ଗ ।  ଏହି ଗ୍ୟାଙ୍ଗ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଅପରାଧ ଘଟାଇଛନ୍ତି। ଗତ ତିନି ମାସ ହେଲା ଭୁବନେଶ୍ୱରରେ ନକଲି ପୋଲିସ ପରିଚୟ ଦେଇ ଲୋକଙ୍କୁ ଲୁଟ ଥିଲେ। ୧୧ ଟି ଲୁଟ ଘଟଣାରେ ଏହି ଗ୍ୟାଙ୍ଗ ସାମିଲ ଅଛନ୍ତି । ସେମାନଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରିବ ସ୍ପେଶାଲ ସ୍କ୍ୱାର୍ଡ । ତେବେ ଗିରଫ ଅଭିଯୁକ୍ତ ମାନେ ହିନ୍ଦୀରେ କଥା ହେଉଥିଲେ।

ତେବେ ଟ୍ୱିନ୍ ସିଟିର ପ୍ରାୟ ୮ଟି ଥାନା ଅଞ୍ଚଳରୁ ୧୧ ରୁ ଅଧିକ ଲୁଟ୍‌ କରି କମିସନରେଟ୍‌ ପୋଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ପରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଘନଘନ ଜେରା କରାଯାଉଛି । ତଦନ୍ତ ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

Share