Naveen Pattnaik Election Campign 750x430

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରଚାର ଆରମ୍ଭ କରିଦେଇଛନ୍ତି।‌ ସେ ଆସନ୍ତା ମେ’ ମାସ ୨୯ ତାରିଖ ଭିତରେ ମୋଟ୍‌ ୩୬ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ରାଜ୍ୟର ୨୧ଟି ଲୋକସଭା କ୍ଷେତ୍ର ଓ ଏହାର ଅଧୀନରେ ଆସୁଥିବା ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବୀନ ନିର୍ବାଚନୀ ପ୍ରଚାର କରିବେ। ସେହିପରି ଭି.କେ. ପାଣ୍ଡିଆନ ମଧ୍ୟ ଏହି ନିର୍ବାଚନରେ ମୋଟ୍‌ ୧୦୨ଟି ସ୍ଥାନରେ ସଭା କରିବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନଣରେ ନିଜ ନିର୍ବାଚନ କ୍ଷେତ୍ର ହିଞ୍ଜିଳିରେ ପ୍ରଚାର କରିଛନ୍ତି। ସେ ଏକ ସ୍ୱତନ୍ତ୍ର ବିମାନରେ ଯାଇ ହିଞ୍ଜିଳିରେ ପହଞ୍ଚିଥିଲେ। ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି .କେ.ପାଣ୍ଡିଆନ୍ ମଧ୍ୟ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ଉପସ୍ଥିତ  ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ, ସବୁ କଥାରେ ବିରୋଧୀ ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇପାରିବେ ନାହିଁ। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ। ଲୋକସଭା ନିର୍ବାଚନରେ ବି ବିଜେଡି ଭଲ ପ୍ରଦର୍ଶନ କରିବ।

Share