Truck 1716204023

ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ଜୀବନ। ପ୍ରାଣ ହରାଇଲେ ବାପା, ମା’, ପୁଅ ଓ ଝିଅ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ପିଙ୍ଗୁଆ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ଖଙ୍କିରା ଗାଁର।
ଏହି ପରିବାର ଏକ ପଲ୍‌ସରରେ ବନ୍ଧୁ ଘରକୁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ବାପାମା’ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଛୁଆଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ପୁଅକୁ ୧୧ ବର୍ଷ ହୋଇଥିବା ବେଳେ ଝିଅକୁ ୫ ବର୍ଷ ହୋଇଥିଲା।
ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରାଯାଇଛି। ତେବେ ହାଇୱା ଡ୍ରାଇଭର ଫେରାର ହୋଇଯାଇଛନ୍ତି।

Share