Image 1717679357

ଭୁବନେଶ୍ଵର: ଇଲେକ୍ଟ୍ରୋନିକ୍ସସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର । ଇସ୍ତଫା ଗୃହିତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମିଳିଛି।

୨୦୦୦ ବ୍ୟାଚର ଆଇଆରଟିଏସ ଅଫିସର ମନୋଜ କୁମାର ମିଶ୍ର ଦୀର୍ଘ ଦିନ ଧରି ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାମ କରୁଥିଲେ । ସେହିପରି ଅନ୍ୟ ଦୁଇ ଜଣ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଇସ୍ତଫା ଦେଇଛନ୍ତି। ସିଏମଓ ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ଚନ୍ଦ୍ର ମହାପାତ୍ର ଇସ୍ତଫା ଦେଇଥିବାବେଳେ ସ୍ପେସାଲ ଇନିସିଏଟିଭ ମୁଖ୍ୟ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଛନ୍ତି ଆର ବାଲକ୍ରିଷ୍ଣନ। ଗତ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବୀନ ପଟ୍ଟନାୟକ।

Share