Puri
Jagannath Temple in Puri, 12th Century, Orissa, India. Jagannath temple hosts the annual procession of massive chariots, juggernauts, a Hindu festival

ପୁରୀ: ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ସୁବାଶିତ କଳସରେ ଗାଧୋଇବେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କର ଆଗମନ ହେଉଛି। ଧୀରେଧୀରେ ଭିଡ଼ ବଢ଼ିବାରେ ଲାଗିଛି। ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତ୍ର ଘ.୧୨.୦୦ ଟିକା ଠାରୁ ଆସନ୍ତାକାଲି (ଶୁକ୍ରବାର) ସକାଳ ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଗଜବେଶରେ ଦର୍ଶନ ଦେବେ। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ଓ ପ୍ରାୟ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହୋଇପାରେ ବୋଲି ପୂର୍ବ ଆକଳନ କରାଯାଉଛି। ଭକ୍ତଙ୍କ ଏହି ଭିଡ଼କୁ ଆଖି ଆଗରେ ରଖି ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଉଛି। ବଡ଼ଦାଣ୍ଡରେ ଛାୟାପ୍ରଦ ସେଡ୍‌ ବ୍ୟବସ୍ଥା କରାଯାଉଛି। ଭକ୍ତମାନେ ମାର୍କେଟ୍‌ ଛକରୁ ଧାଡ଼ିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ।

Share