Capture 18 750x430

କୋଲକାତା : କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୁଲିସ। ଏହା ଅଧୀନରେ କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଛି। କୋଲକାତାର ତାରାତାଲାର ଗୋରାଗାଚାସ୍ଥିତ ବିଜେପି ଅଫିସରେ ପୁଲିସ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଅଫିସଟି ଜବରଦଖଲ ଜମିରେ ତିଆରି ହୋଇଥିବା ପୁଲିସ କହିଛି ।
ପଶ୍ଚିମବଙ୍ଗ ପୋଲିସ ଗତ ଦୁଇ ଦିନ ମଧ୍ୟରେ ହଜାର ହଜାର ଫୁଟପାଥ ଦୋକାନକୁ ହଟାଇଦେଇଛି । ଫୁଟପାଥ୍ ଦଖଲ କରୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଚାଲିଥିବା ଅଭିଯା କୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର (୨୭ ଜୁନ୍ ୨୦୨୪) ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ କୋଲକାତା ଏବଂ ସଲ୍ଟଲେକ୍ ରେ ଖାଦ୍ୟ, ପୋଷାକ ଏବଂ ବିଭିନ୍ନ ଉତ୍ପାଦ ବିକ୍ରି କରିବା ପାଇଁ ଦୋକାନ ଖୋଲିଥିବା ଲୋକମାନଙ୍କୁ ଦୋକାନ ହଟାଇବାକୁ କୁହାଯାଇଛି। କୋଲକାତା ପୁଲିସ ମଙ୍ଗଳବାର ସକାଳୁ ଏକ ଜେସିବି ମେସିନ୍ ସାହାଯ୍ୟରେ ଭବାନୀପୁର ଅଞ୍ଚଳର ସରକାରୀ ଏସ୍ ଏସ୍ କେଏମ୍ ହସ୍ପିଟାଲ୍ ସମ୍ମୁଖ ଫୁଟପାଥ୍ ସମେତ ସହରର ବିଭିନ୍ନ ସ୍ଥାନରୁ ଜବରଦଖଲକାରୀଙ୍କୁ ହଟାଇବା ଆରମ୍ଭ କରିଥିଲା।

Share