Screenshot 2024 07 17 115810 750x430

ସୋର: ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ। ଖାଇବା ପିଇବାକୁ ନେଇ ଝଗଡ଼ା ପରେ ତଣ୍ଟି ଚିପି ମାଆକୁ ହତ୍ୟା କରିଥିବା ସୂଚନା। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ତେବେ ଘଟଣାରେ ଥାନାରେ ଏତଲା ଦେଲା ବୋହୂ। ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସର ତଦନ୍ତ ଜାରି ରହିଛି।

ମୃତ ମାଆଙ୍କ ନାଁ ଆରତୀ ମହାନ୍ତି ହୋଇଥିବା ବେଳେ ପୁଅର ନାଁ ଅରୁଣ ମହାନ୍ତି ବୋଲି ଜଣାପଡ଼ିଛି। ତାଳପଦା ଗାଁର ଅରୁଣ ମହାନ୍ତି ଗତକାଲି ରାତିରେ ମାଆ ଆରତୀ ମହାନ୍ତିଙ୍କୁ ଖାଇବାକୁ ମାଗିଥିଲେ। ମାଆ ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମାଆ କହିବାରୁ ଏଥିରେ ପୁଅ ରାଗିଯାଇ ମାଆଙ୍କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା।

ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଛଡ଼େଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ। ତଣ୍ଟି ଚିପିବା ପରେ ମାଆ ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅରୁଣ ଜଣେ ନିଶାସ୍ତ ଲୋକ। ସେ ଘରକୁ ନିଶା ସେବନ କରି ଘରକୁ ଆସି ପ୍ରତିଦିନ ବାଡ଼ିଆପିଟା କରନ୍ତି। ଏହି କାରଣରୁ ଗତ ୩ ବର୍ଷ ହେଲା ତାଙ୍କର ଦୁଇ ପିଲା ଓ ସ୍ତ୍ରୀ ତାଙ୍କଠାରୁ ଅଲଗା ହୋଇ ରହୁଥିଲେ।

Share