ସେ ବିଦ୍ୟୁତ୍ ତାରରେ ଛନ୍ଦି ହୋଇ ଛଟପଟ ହେଉଥିବା ଦେଖି ସେଠାରେ ଥିବା ଅନ୍ୟ ସାଥିମାନେ ତାଙ୍କୁ ଉଦ୍ଧାର କରି କିଞ୍ଜିରକେଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଞ୍ଜିରକେଲା ପୁଲିସ ଖବର ପାଇ ଶବ ଜବତ କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।
ବାଲିଶଙ୍କରା: କିଞ୍ଜିରକେଲା ଥାନା ଅନ୍ତର୍ଗତ ବେହେରାଡିହି ପଂଚାୟତର ଗୀତପାହାଡି ଗ୍ରାମରେ ଆଜି (ମଙ୍ଗଳବାର) ଏକ ଦୁଃଖଦ ଘଟଣା ଘଟିଛି। କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଉପରେ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

