Journalist 1722509284

ଭୁବନେଶ୍ୱର : ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ମାମଲାରେ ଦିନିକିଆ ରିମାଣ୍ଡରେ ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନା। ତାଙ୍କୁ ରିମାଣ୍ଡରେ ଆଣି ଜେରା କରିଛି ଧଉଳି ଥାନା ପୁଲିସ। ତାଙ୍କୁ ଇନ୍ଦିରା କଲୋନୀ ସ୍ଥିତ ଭଡ଼ା ଘରକୁ ନେଇ ତଦନ୍ତ କରିବା ସହ ପୁଲିସ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି।
ଭଡ଼ା ଘରୁ ମଧୁମିତାଙ୍କ ହାତ ଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଏକ ଡାଏରୀ ବି ଜବତ କରିଛି ପୁଲିସ। ଗତ ୨୪ ତାରିଖ ରାତିରେ ଭୁବନେଶ୍ୱର ବାପୁଜୀ ନଗର ରେଳ ଧାରଣା ନିକଟରୁ ମଧୁମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପରଦିନ ପୁଲିସ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଥିଲା। ସ୍ୱାମୀର ପରକୀୟା ସଂପର୍କରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପୂର୍ବରୁ ସୋଶାଆଲ୍ ମିଡିଆରେ ମଧୁମିତା ଏକ ଭିଡିଓ ଜାରି କରିଥିଲେ।

Share