Bengal Minister Akhil Giri Asked To Resign

କୋଲକାତା: ମହିଳା ଅଧିକାରୀଙ୍କ ସହ ଦୁର୍ବ୍ଯବହାର କରି ଫସିଲେ ପଶ୍ଚିମବଙ୍ଗ ଜେଲ ମନ୍ତ୍ରୀ ଅଖିଲ ଗିରି। ଟିଏମସି ଅଧ୍ଯକ୍ଷ ତାଙ୍କୁ ଇସ୍ତଫା ଦେବାକୁ କହିବା ସହ ମହିଳା ଅଧିକାରୀଙ୍କୁ କ୍ଷମା ମାଗିବାକୁ ମଧ୍ୟ କହିଛନ୍ତି। ଅଖିଳ ଗିରିଙ୍କୁ ତୁରନ୍ତ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିବ କିମ୍ବା ଇସ୍ତଫା ଦେବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ଅଧିକାରୀଙ୍କୁ ଅଖିଲ ଗିରି ଖୋଲାଖୋଲି ଧମକ ଦେଇଥିଲେ। ଦୁର୍ବ୍ଯବହାର କରୁଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ମମତା ସରକାରଙ୍କ ରାଜ୍ୟ ମନ୍ତ୍ରୀ ଅଖିଲ ଗିରି ଜଣେ ମହିଳା ବନ ଅଧିକାରୀଙ୍କ ସହ ଦୁର୍ବ୍ଯବହାର କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ବନ ଅଧିକାରୀ ମନୀଷା ଶ ଏବଂ ତାଙ୍କ ଟିମ୍ ତାଜପୁର ବେଳାଭୂମି ନିକଟରେ ଥିବା ଜଙ୍ଗଲ ଜମିରୁ ଜବରଦଖଲ ହଟାଉଥିଲେ।
ଏହି ସମୟରେ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ମହିଳା ଅଧିକାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ।

Share