Ram mandira

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ । ସୁପ୍ରିମକୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ ଯାଚିକା ଦାୟର କରିଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରିଥିଲେ । ଏହି ମାମଲାର ଶୁଣାଣି ଛୁଟି ସରିବା ପରେ ହେବ ବୋଲି କୋର୍ଟ କହିଛନ୍ତି ।

ରାମ ଜନ୍ମଭୂମି ଟ୍ରଷ୍ଟ ଏହି ଅର୍ଥକୁ ଭୁଲ୍ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକାରେ ବ୍ୟକ୍ତି ଜଣକ ମାମଲାରୁ ନେଇ ଏଫଆଇଆର କରିଥିଲେ । ବ୍ୟକ୍ତିଙ୍କ କହିବାନୁଯାୟୀ, ଟ୍ରଷ୍ଟ ଅର୍ଥରେ କିଛି ଗଡ଼ବଡ ରହିଛି, ଏହାର ଯାଞ୍ଚ ହେବା ଦରକାର ।

ଯାଚିକାକର୍ତ୍ତା ଏଫଆଇଆରରେ କହିଛନ୍ତି, ଏହାକୁ ନେଇ ବଡ଼ ଯାଞ୍ଚ ହେବା ଦରକାର । ଏହି ମାମଲାକୁ ନେଇ ଏକ ବିଶେଷ ଟିମ୍ କରାଯାଉ, ଆଉ ଏହି ଟିମ୍ ସିବିଆଇର ଅଧିକାରୀଙ୍କ ନେତ୍ତ୍ବରେ ହେବା ଜରୁରୀ ।
ସେପଟେ ଅଯୋଧ୍ୟା ରାମ ମନ୍ଦିରରେ ଦାନରାଶି ଚୋରି ମାମଲାରେ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଏମାନଙ୍କୁ ପଚରାଉଚରା କରିବା ପାଇଁ ୧୪୦ ଲୋକଙ୍କ ବୟାନ ନିଆଯିବ । ଚମ୍ପତ ରାୟ ଏବଂ ଅନିଲ ମିଶ୍ରାଙ୍କ ଷ୍ଟେଟମେଣ୍ଟ ନିଆଯିବ ।

ଏହି ମାମଲାକ ନେଇ ରବିବାର ଦିନ ୧୦ ଟି ସ୍ଥାନରେ ଅଯୋଧ୍ୟା ପୋଲିସ ଚଢାଉ କରିଛି । ଏହି ଚଢାଇ ୬ରୁ ୮ ଘଣ୍ଟା ଚାଲିଥିଲା । ଚଢାଉ ସରିବା ପରେ ଅଭିଯୁକ୍ତ ପରିବାରର ଲୋକଙ୍କୁ ଅଟାଇଯାଇ ପଚରାଉଚରା କରୁଛି । ଚଢାଉ ସମୟରେ ପୋଲିସ କିଛି ଗହଣା, ଟଙ୍କା, ରେଜିଷ୍ଟ୍ରି ଏଗ୍ରିମେଣ୍ଟ, ବ୍ୟାଙ୍କ ପାସବୁକ ଏବଂ ଗହଣା ଜବତ କରିଛି ।

Share