Image 1723350447

କେନ୍ଦୁଝର: ମୁଖ୍ୟନ୍ତ୍ରୀଙ୍କ ଜିଲ୍ଲାରେ ଗୋରୁ ମାଫିଆଙ୍କ ଆତଙ୍କରାଜ୍। ଗୋରୁ ଗାଡି ଅଟକାଇବାରୁ ପୁଲିସ ଉପରକୁ ଗୋରୁ ମାଫିଆ ଗୁଳିମାଡ଼ କରିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ପୋଲିସ ଗୋରୁ ମାଫିଆଙ୍କ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଗୋରୁଗାଡିକୁ ଅଟକାଇବା ପାଇଁ ପ୍ରୟାସ କରିଥିଲା। ଏହି ସମୟରେ ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଥିଲେ। ତେବେ ଗୋରୁ ଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ। ପୋଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର ହୋଇଥିବା ସୂଚନା ମିଳିଛି।

ଏହି ଘଟଣାରେ ୩ଟି ଗୋରୁ ଭର୍ତ୍ତି ପିକ୍ଅପ୍ ଜବତ କରିଛି ପୋଲିସ। ସେହିପରି ଘଟଣାସ୍ଥଳରୁ ୨ ଜଣ ଫେରାର୍ ଥିବା ସୂଚନା ମିଳିଛି। ଅନ୍ୟପଟେ ଗୁରୁତରଙ୍କୁ ମେଡିକାଲିରେ ଭର୍ତ୍ତି କରାଯାଇଛି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Share