Scb 1696515316

କଟକ: କଟକ ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ସଂପର୍କୀୟଙ୍କ ପକ୍ଷରୁ ଏତଲା ଦିଆଯାଇଛି। କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଏହି ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଗତ ରବିବାର ଦିନ ଏହି ଘଟଣା ଘଟିଥିବା ନେଇଏସଡିପିଓ ଅନିଲ ମିଶ୍ର ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି।

ମହିଳାଜଣକ ଇକୋ ଟେଷ୍ଟ ପାଇଁ ଆସିଥିବାବେଳେ ଅଭିଯୁକ୍ତ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାକୁ ନେଇ ଉତ୍ତ୍ୟକ୍ତ ହୋଇ ପୀଡ଼ିତାଙ୍କ ସଂପର୍କୀୟମାନେ  ଅଭିଯୁକ୍ତ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏବେ ଉକ୍ତ ଡାକ୍ତରଙ୍କୁ ଗୁରୁତର ଅବସ୍ଥା‌ରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

Share