Geologist 750x430 1

ଭବନେଶ୍ୱର: ଭିଜିଲାନ୍ସ ଜାଲରେ ଭୂତତ୍ତ୍ଵବିତ୍‌। ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜିଓଲୋଜିଷ୍ଟ। ବଲାଙ୍ଗୀର ଜିଲ୍ଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି ଭୂତତ୍ତ୍ଵବିତ୍‌ ଜଣକ ହେଉଛନ୍ତି ଅସୀମ ଅଂଶୁମାନ ନାୟକ।

ସେ ବୁଧବାର ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଦେଇଛନ୍ତି।

ବିଶେଷକରି ଅଂଶୁମାନ ନାୟକଙ୍କ କାର୍ଯ୍ୟାଳୟ ଏବଂ ଶତାବ୍ଦୀନଗରସ୍ଥିତ ଘରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

Share