Ganesh 1695090236

କଟକ : ପାର୍ବଣ ପୂର୍ବରୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍ । ଆଉ କିଛିଦିନ ପରେ ଧରାବତରଣ କରିବେ ପ୍ରଭୁ ଗଜାନନ । ଗଜାନନଙ୍କ ବିକୃତ ମୂର୍ତ୍ତି କଲେ ଆଉ ରକ୍ଷାନାହିଁ , ହେବ କାର୍ଯ୍ୟାନୁଷ୍ଠାନ । ସେହିପରି ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ । ଗଣେଶ ପୂଜା ନେଇ କଟକରେ ଏକ ବୈଠକ ବସିଥିଲା । ଏହା ପରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ସେପ୍ଟେମ୍ୱର ୭ ତାରିଖରେ ଗଣେଶ ପୂଜା ପଡୁଛି । ଏଥର ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ଜରୁରୀ ରହିଛି । ଏହାସର ଜବରଦସ୍ତ ଚାନ୍ଦା ଆଦାୟ ନେଇ ଅଭିଯୋଗ ଆସିଲେ ଜିରୋ ଟଲେରାନ୍ସ ନୀତି ଆପଣେଇବାକୁ ପୋଲିସ ଚେତାଇ ଦେଇଛି । ସେପଟେ ପୂଜା ପୂର୍ବରୁ ସବୁ ବିଭାଗ ସହ ଆଲୋଚନା କରାଯାଇ ସହରର ରାସ୍ତାଘାଟ ମରାମତି, ଅଲୋକୀକରଣ ସହ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି CMC। ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ତେବେ କଟକରେ ଭସାଣ ୧୫, ୨୨ ଓ ୨୯ ତାରିଖରେ ହେବ ।

Share