Image 1724385727

ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ାଉ। ଜେଲ୍‌ରେ ଗାଙ୍ଗୱାର ଖବର ପ୍ରକାଶ ପରେ କରାଯାଇଛି ଚଢ଼ାଉ। ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ାଉ କରାଯାଇଛି।

ଏହି ଚଢାଉରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯ ଅଫିସର ସାମିଲ ଅଛନ୍ତି। ଜେଲରୁ ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି। ଏହି କାରନାମାରେ ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ଶୁକ୍ରବାର ଦିନ ଜେଲରେ କୁଖ୍ୟାତ ଅବରାଧୀ ବବୁଲ ମହାନନ୍ଦଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥବାର ଖବର ମିଳିଛି। ଏନେଇ ବଲାଙ୍ଗିର ଜେଲର ସୁପରିଟେଣ୍ଡେଣ୍ଟ କହିଛନ୍ତି, ଆସାମୀମାନଙ୍କୁ ଚେକିଂ କରାଯାଇ ଭିତରକୁ ଛଡ଼ାଯାଉଛି। ଏହା ସତ୍ତ୍ୱେ ବି ଆସାମୀମାନେ ଲୁଚାଇକି ନିଶାଦ୍ରବ୍ୟ ଭିତରକୁ ନେଇଯାଉଛନ୍ତି।

Share