Jagannath

ପୁରୀ: ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ l ଓଏଏସ ଅଧିକାରୀ ଦେବବ୍ରତ ସାହୁଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରଶାସକ (ଉନ୍ନୟନ) ଭାବେ ନିଯୁକ୍ତି ମିଳିଛି । ସେହିପରି ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ (ରାଜସ୍ବ) ଭାବେ ଦାୟିତ୍ବ ଦିଆଯାଇଛି ।

ସୂଚନା ଅନୁସାରେ, ପୁରୀ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ବଦଳି କରାଯାଇଛି। ପୂର୍ବରୁ ଉନ୍ନୟନ ପ୍ରଶାସକ ଥିବା ଅଜୟ ଜେନାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂତନ ଭାବେ ଦେବବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଦୀପ୍ତିରଞ୍ଜନ ସେଠୀଙ୍କୁ ଶ୍ରୀମନ୍ଦିର ରାଜସ୍ଵ ଉପପ୍ରଶାସକ ଭାବେ ନିଯୁକ୍ତି ମିଳିଛି।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Share