Cocaine 1727868652

ଦିଲ୍ଲୀରେ ଆଜି ୫୦୦ କେଜିରୁ ଅଧିକ ଓଜନର କୋକେନ ଜବତ କରାଯାଇଛି। ଜବତ କୋକେନର ମୂଲ୍ୟ ୨୦୦୦ କୋଟି ଟଙ୍କା ହେବ ବୋଲି ଦିଲ୍ଲୀ ପୁଲିସ କହିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

ଏତେ ପରିମାଣରେ କୋକେନ ଜବତ ହେବା ପରେ ଦିଲ୍ଲୀ ପୁଲିସ କହିଛି ଯେ ଏହା ପଛରେ କୌଣସି ଅନ୍ତର୍ଜାତୀୟ ଡ୍ରଗ୍ସ ସ୍ମଗଲିଙ୍ଗ ସିଣ୍ଡିକାଟର ହାତ ଥାଇପାରେ।

ଏହା ପୂର୍ବରୁ ଗତ ରବିବାର ଦିଲ୍ଲୀର ତିଲକ ନଗର ଅଞ୍ଚଳରୁ ଦୁଇ ଜଣ ଆଫଗାନିସ୍ତାନ ନାଗରିକଙ୍କଠାରୁ ୪୦୦ ଗ୍ରାମର ହେରୋଇନ ଓ ୧୬୦ ଗ୍ରାମର କୋକେନ ଜବତ କରାଯାଇଥିଲା।

ସେହିଦିନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୬୬୦ ଗ୍ରାମ କୋକେନ ଜବତ କରାଯାଇଥିଲା, ଯାହାର ମୂଲ୍ୟ ୨୪ କୋଟି ଟଙ୍କା ଥିଲା। ଲାଇବେରିଆର ଜଣେ ନାଗରିକଙ୍କଠାରୁ ଏହି କୋକେନ ଜବତ କରାଯାଇଥିଲା। ସେ ଦୁବାଇରୁ ଆସି ଦିଲ୍ଲୀରେ ଓହ୍ଲାଇବା ପରେ ତାଙ୍କଠାରୁ ଏହି କୋକେନ ଜବତ କରାଯାଇଥିଲା। ତାଙ୍କୁ ଗିରଫ କରାଯାଇଛି।

 

Share