Mandsaur

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମନ୍ଦସୌର ଜିଲ୍ଲା ସୀତାମଉ ଥାନା ଅର୍ନ୍ତଗତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଦ୍ରୁତଗାମ କାର୍ ଟ୍ରକରେ ପିଟିହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଖବର ମୁତାବକ, କାର୍ ମହାରାଷ୍ଟ୍ରର ଔରାଙ୍ଗବାଦରୁ ଦିଲ୍ଲୀ ଯାଉଥିଲା । କାରରେ ୬ ଜଣ ଲୋକ ରହିଥିଲେ । କାରଟି ଦ୍ରୁତ ଗତିରେ ଯାଇ ଆଗରେ ଯାଉଥିବା ଟ୍ରକର ପଛକୁ ଧକ୍କା ଦେଇଥିଲା । କାର୍ ସ୍ପିଡ ଏତେ ଥିଲା ଯେ, ଗାଡିଟି ଟ୍ରକ ପଛରେ ଭୟଙ୍କର ଭାବେ ମାଡ଼ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିଲା । କାର୍ ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ବିଷୟରେ ଖବର ପାଇଁ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ପୋଲି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମାମଲାର ଯାଞ୍ଚ କରୁଛି ।

ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଅଧିକାରୀ ଆଖପାଖର ସିସିଟିଭି ଯାଞ୍ଚ କରୁଛି । ପୋଲିସ ଦୁର୍ଘଟଣାର କାରଣ ଯାଞ୍ଚ କରୁଛି । ମୃତକଙ୍କ ପରିଚୟ ମିଳିଛି । ତେବେ ପ୍ରାରମ୍ଭିକ ଭାବେ ଦ୍ରୁତ ଗାଡ଼ି ଚାଳନା ଏବଂ ଅନିୟନ୍ତ୍ରିତ ହୋଇ ଗାଡ଼ି ଧକ୍କା ହୋଇଥିବା ଅନୁମାନ କରାଯାଉଛି ।

Share