Whatsapp Image 2024 10 03 At 12.33.21 Pm

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କୁ ନୋଟିସ୍‌‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ୍‌‌ ଜାରି କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ୨୦କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଛି।
ଏହି ପରିପ୍ରେକ୍ଷୀରେ ଇଡ଼ି ପକ୍ଷରୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ମହମ୍ମଦ ଆଜାରୁଦ୍ଦିନ୍‌‌। ସୂଚନା ଅନୁସାରେ ଆଜାରୁଦ୍ଦିନଙ୍କୁ ହାଇଦ୍ରାବାଦସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ। ଏହି ମାମଲାରେ ଆଜାରୁଦ୍ଦିନଙ୍କ ବିରୋଧରେ ହାଇଦ୍ରାବାଦର ଉପ୍ପଲ ସ୍ଥିତ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ପାଇଁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ୨୦କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି।

Share