Image 1727951340

ନୂଆଦିଲ୍ଲୀ : ପାଲେଷ୍ଟାଇନ ସମର୍ଥିତ ସଂଗଠନ ହମାସର ତିନି ବରିଷ୍ଠ ନେତାଙ୍କ ମୃତ୍ୟୁ। ଏୟାର ଷ୍ଟ୍ରାଇକରେ ସେମାନଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ମୃତକଙ୍କ ମଧ୍ୟରେ ଗାଜା ସରକାରର ମୁଖ୍ୟ ରାହି ମୁଶତାହା ଥିବା ଇସ୍ରାଏଲ ସେନା କହିଛି।
ତିନି ବରିଷ୍ଠ ନେତାଙ୍କ ହତ୍ୟାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇ ଇସ୍ରାଏଲ ସେନା କହିଛି ଯେ, ତିନି ମାସ ତଳେ ଉତ୍ତର ଗାଜାରେ କରାଯାଇଥିବା ଷ୍ଟ୍ରାଇକରେ ହମାସ ସରକାରର ମୁଖ୍ୟ ରାହି ମୁଶତାହାର ନିହତ ହୋଇଛି। ଏଥିସହ ହମାସ କମାଣ୍ଡର ସିରାଜ ଏବଂ ସମେହ ଓୟୁଦେହ ବି ନିପାତ ହୋଇଛନ୍ତି।
ଏମାନେ ଉତ୍ତର ଗାଜାର ମାଟିତଳେ ସୁଡଙ୍ଗ କରି ରହୁଥିଲେ। ସେହିଠାରୁ ସଂଗଠନ ଚଳାଉଥିବା ଇସ୍ରାଏଲ ସେନା କହିଛି। ତେବେ ଏନେଇ ହମାସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରତିକ୍ରିୟା ଦିଆଯାଇ ନାହିଁ।
ପ୍ରକାଶ ଥାଉକି, ନିକଟରେ ଇସ୍ରାଏଲ ସେନା ପାଲେଷ୍ଟାଇନର ସମର୍ଥିତ ରାଷ୍ଟ୍ର ଲେବାନନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ପାଲେଷ୍ଟାଇନର ସମର୍ଥିତ ସଂଗଠନ ହେଜବୁଲ୍ଲାର ଶକ୍ତି ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇଯାଇଛି।
କାଣର ଏଥିରେ ସଂଗଠନର ମୁଖ୍ୟ ଶେଖ ହେସନ ନସ୍ରଲ୍ଲା ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ଲେବାନନର ଶତାଧିକ ଗାଁ ପ୍ରଭାବିତ ହୋଇ ଥିବାଳେ 600ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ହଜାର ହଜାର ଲୋକ ଆହତ ହୋଇଛନ୍ତି।

Share