Image 1697113761

ଭୁବନେଶ୍ବର : ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟନାରାୟଣ।
୨୦୨୩ ମସିହା ଫେବ୍ରୁଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଜୟନାରାୟଣ ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ଦେଇଥିଲେ ଖୋଦ ମହିଳା ଆଇଆଇସି।
ଉକ୍ତ ମାମଲାରେ ହାଇକୋର୍ଟରେ ଜୟନାରାୟଣ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ। ସୁପ୍ରିମକୋର୍ଟ ମଧ୍ୟ ଜୟନାରାୟଣଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ଏନେଇ ତାଙ୍କ ପ୍ରତିକ୍ରିୟା ମିଳିନାହିଁ।

Share