Screenshot 2024 12 21 110245 750x375 1

ମୟୁରଭଞ୍ଜ: ପୁଣି କ୍ୟାମେରା ହାବୁଡରେ ୬ ଶିକାରୀ। ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଧରାପଡ଼ିଲେ ୬ ଶିକାରୀ। ଏଥର ମଧ୍ୟ ଏଆଇ କ୍ୟାମେରା ଏହି ଶିକାରୀଙ୍କୁ ଧରିଛି। AI କ୍ୟାମେରା ବ୍ୟବହାର କରାଯାଇ ଶିକାରୀକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ଶିକାରୀ ମାନେ ଉଦଳା ଥାନା ଅନ୍ତର୍ଗତ ବାଣିଆଦରା ଗ୍ରାମର ବୋଲି ଜଣାପଡିଛି।

ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ବାରୁଦ, ମାରଣାସ୍ତ୍ର ଜବତ କରିଛି ବନ ବିଭାଗ। ଏଥିସହିତ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି। ଶିକାରୀ ମାନେ ମାରାଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବା ବେଳେ ସେମାନଙ୍କ ଫଟୋ କ୍ୟାମେରାରେ କଏଦ ହୋଇଥିଲା।

ବନ ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ ୬ଜଣ ଶିକାରୀଙ୍କୁ ବାରିପଦା ସିଜିଏମ କୋର୍ଟ ଚାଲାଣ କରାଯାଇଛି। ସେଥି ମଧ୍ୟରୁ ୪ଜଣକୁ ଅଧିକ ତଦନ୍ତ ପାଇଁ ଦୁଇ ଦିନ ରିମାଣ୍ଡରେ ବନ ବିଭାଗ ଆଣିଛି।

Share