ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହିଂସାତ୍ମକ ଘଟଣା ବଢ଼ିବାରେ ଲାଗିଛି। ଥାନା ନିକଟରେ ବୋମାମାଡ଼ ହୋଇଛି। ରସୁଲଗଡ଼ ଛକ ଉପରେ ଥିବା ହୋଟେଲ ଉର୍ମୀ ଉପରକୁ ଏହି ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଓଭର ବ୍ରିଜ ଉପରୁ ହୋଟେଲ ଉପରକୁ ବୋମାମାଡ଼ କରିଥିବା ଜଣାପଡ଼ିଛି।
ଦୁଇଟି ବୋମାରୁ ଗୋଟିଏ ହୋଟେଲ ଉରକୁ ଫିଙ୍ଗି ଥିବା ବେଳେ ଗୋଟିଏ ଫୁଟିଥିଲା ଏବଂ ଆଉ ଗୋଟିଏ ଅଫୁଟା ରହିଥିଲା। ତେବେ କିଏ ଓ କାହିଁକି ଏହି ବୋମାମାଡ଼ କରିଛି ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଜାରି ରଖିଛି।
