Honeybee Chandragiri

ମୋହନା : ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅନେକ ଶୈବ ପୀଠ ତଥା ଅନେକ ମନ୍ଦିର ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳୁଛି ।   ଅନେକ ଭକ୍ତ ଅନେକ ଆଶା ଓ ବିଶ୍ୱାସ ନେଇ ମନ୍ଦିରକୁ ବାହାରି ଠାକୁରଙ୍କ ଦର୍ଶନ କରି ଫେରିଥାନ୍ତି  ହେଲେ ଆଜି ସକାଳୁ ସକାଳୁ କିଛି ଭକ୍ତ ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ଶିବ ମନ୍ଦିରକୁ ଯାଇ ଦର୍ଶନ କରୁଥିବା ବେଳେ ହଟାତ୍ ବାଘ ମହୁ ମାଛି ଅତର୍କିତ ଭାବେ ଆକ୍ରମଣ କଲେ ।

ଗଜପତି ଜିଲ୍ଲା ମୋହନ ଥାନା ଚନ୍ଦ୍ରଗିରି ଶିବ ମନ୍ଦିରରେ ଅଭାବନୀୟ ଘଟଣା ଘଟିଛି ।  ଆଜି ମହାବିଷୁବ ସଂକ୍ରାନ୍ତି ଥିବାରୁ କିଛି ଲୋକ ଚନ୍ଦ୍ରଗିରି ଶିବ ମନ୍ଦିରକୁ ଦର୍ଶନ ଲାଗି ଯାଇଥିଲେ।  ଏତିକି ବେଳେ ମନ୍ଦିର ନିକଟରେ ଥିବା ଏକ ଗଛରୁ ଆସି ବାଘୁଆ ମହୁମାଛି ଭକ୍ତ ମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ପ୍ରାୟ ୨୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି ।

ଏହି ଆକ୍ରମଣରେ ୨୦ ଭକ୍ତ ଆହତ ହୋଇ ଥିବାବେଳେ ଚାରି ଜଣ ଗୁରୁତର ଙ୍କୁ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର ମେଡିକାଲ ରେ ଭର୍ତ୍ତି କରିଛନ୍ତି । ସମସ୍ତ ଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି ।

Share