ଝାଲମୁଢି ଖାଇ ଝାଡ଼ାବାନ୍ତି, ୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

Spur

ସୁବର୍ଣ୍ଣପୁର : ଝାଲମୁଢି ଖାଇ ଝାଡ଼ାବାନ୍ତି। ୫୦ରୁ ଅଧିକ ଆକ୍ରାନ୍ତ  l  ସୁବର୍ଣ୍ଣପୁର ଜିଲ୍ଲା ମାଙ୍କଡବାହାଲ ଗାଁରୁ ଆସିଛି ଏଭଳି ଏକ ଘଟଣା  l  ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟର ବଦଳି ଗାଁରୁ ଜଣେ ବ୍ୟବସାୟୀ ମାଙ୍କଡବାହାଲ ଗାଁକୁ ଝାଲ ମୁଢ଼ି ବିକ୍ରି କରିବାକୁ ଆସିଥିଲେ ।  ସେଠାରେ ଗ୍ରାମବାସୀ ଝାଲମୁଢ଼ି ଖାଇଥିଲେ। ରାତିରେ ଗାଁର ୫୦ ଜଣଙ୍କ ଝାଡ଼ାବାନ୍ତି ହୋଇଥିଲା  l  ତୁରନ୍ତ ସେମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇ ମେଡିକାଲ ଟିମ୍ ମାଙ୍କଡ଼ବାହାଳୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ଓଆରଏସ ସହ ଔଷଧ ବାଣ୍ଟିଛନ୍ତି ।

Share