Capture 104 750x430

ପାତ୍ରପୁର :  ପାତ୍ରପୁର ବ୍ଳକ ସୀମାନ୍ତ ଜୟନ୍ତୀପୁର ପଞ୍ଚାୟତ ବୁରିବାଡ ଗ୍ରାମର ଜଣେ ବାପ ଛେଉଣ୍ଡ ଝିଅ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ମଣ୍ଡଳ ସାରିଆପଲ୍ଲୀ ସ୍ଥିତ ଏପି ମଡେଲ ସ୍କୁଲ ନାମକ ମହାବିଦ୍ୟାଳୟ +୨ ପରୀକ୍ଷାରେ ମଣ୍ଡଳ ସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।  ଓଡ଼ିଆ ଝିଅ ଜଣକ ହେଲେ ସାମ୍ବାଦିକ ଆଲୁ ଜୟ ପ୍ରକାଶଙ୍କ ଝିଆରୀ ଆଲୁ ସ୍ପନ୍ଦନା। ମଙ୍ଗଳବାର ଦିନ ସାରିଆପଲ୍ଲୀ ସଏପି ମଡେଲ ସ୍କୁଲ ଏବଂ ଗ୍ରାମ ଭଦ୍ରବ୍ୟକ୍ତିଙ୍କ ତରଫରୁ କଲେଜ ସ୍ଥରରେ ଗୌରବ ଆଣିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ତେବେ ସ୍ପନ୍ଦନା ଓଡ଼ିଶାରୁ ଆସି ଆନ୍ଧ୍ରର ଏକ ମହାବିଦ୍ୟାଳୟରେ ସଫଳତା ଆଣି ବିଦ୍ୟାଳୟର ଗୌରବ ଆଣି ଥିବା ଅତିଥି ମାନେ କହିବା ସହ ସମ୍ବର୍ଦ୍ଧନା କରିଥିଲେ। ଆଲୁ ସ୍ପନ୍ଦନା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଜୟନ୍ତୀପୁର ଠାରେ ଥିବା ଇଂରେଜ ମାଧ୍ୟମ ପାଠ୍ୟକ୍ରମ ସମାପନ କରି ପଞ୍ଚମ ଠାରୁ ଦଶମ ଶ୍ରେଣୀ ବରଙ୍ଗ ସରକାରୀ ବିଦ୍ୟାଳୟରେ ପଡ଼ିବା ସହ ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ଗୌରବ ଆଣିଥିଲେ। ଏବେ ସାରିଆପଲ୍ଲୀ ଏପି ମଡେଲ କଲେଜରେ ପଢ଼ୁଥିବା ବେଳେ +୨ ପ୍ରଥମ ବର୍ଷରେ ୪୨୨/୪୪୦ ମାର୍କ ରଖି +୨ ଦ୍ଵିତୀୟ ବର୍ଷରେ ୯୭୧/୧୦୦୦ ନମ୍ବର ରଖି ମଣ୍ଡଳ ସ୍ଥରରେ ପ୍ରଥମ ହୋଇଥିଲେ । ସ୍ପନ୍ଦନା ନିୟମିତ ଭଲ ପଡ଼ିବା ସହ ନିଜ ସଫଳତା ପାଇଁ ସରକାରୀ ଶିକ୍ଷକମାନଙ୍କ ପରିବାରର ସହଯୋଗକୁ ଶ୍ରେୟ ଦେଇଛନ୍ତି। ତେବେ ଭବିଷ୍ୟତରେ ବି ଫାର୍ମାସିଷ୍ଟ ହେବାକୁ ଚାହାଁନ୍ତି ବୋଲି କହିଛନ୍ତି। ତାଙ୍କ ବାପା ଆଲୁ ରମେଷଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଆଲୁ ମୋହିନୀ ଏବଂ ତାଙ୍କ ଅନ୍ୟ ଦୁଇ ପୁଅ ଝିଅ ସହିତ ଶଶୁର ଦିଅର ଙ୍କ ସହିତ ରହୁଛନ୍ତି। ବୁରିବାଡ ଗ୍ରାମର ଅଧିକାଂଶ ପିଲାଙ୍କ ତେଲୁଗୁ ଶିକ୍ଷା ପାଇଁ ଆନ୍ଧ୍ରକୁ ଚାଲିଯିବା ପରେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଗତ କିଛି ବର୍ଷ ହେଲା ବନ୍ଦ ରହିଛି। ଏହି ପରି ସମୟରେ ଜଣେ ଓଡ଼ିଆ ଝିଅଙ୍କ ସଫଳତା ଯୋଗୁଁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ମିଳୁଛି।

Share