ହରିୟାଣା ଜମି ଦୁର୍ନୀତି: ଇଡିରେ ହାଜର ହେଲେ ନି ରବର୍ଟ ଭଦ୍ରା, ପୁଣି ସମନ କଲା ଇଡି

Whatsapp image 2025 06 10 at 2.0

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ବଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଥିତ ହରିୟାଣା ଜମି ଦୁର୍ନୀତିରେ ପଚରାଉଚରା ପାଇଁ ଆଜି ଇଡ଼ି ଭଦ୍ରାଙ୍କୁ ହାଜର ହେବାକୁ ନୋଟିସ କରିଥିଲା । କିନ୍ତୁ ଭଦ୍ରା ଅସୁସ୍ଥତା ଦର୍ଶାଇ ଇଡ଼ିକୁ ଏକ ଇମେଲ୍‍ ଲେଖିଛନ୍ତି । ଭଦ୍ରା ଇଡିଠାରୁ ଆହୁରି ସମୟ ମାଗିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡ଼ି ପକ୍ଷରୁ କୁହାଯାଇଛି ଯେ ହରିୟାଣା ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କୁ ସମନ କରାଯାଇଥିଲା । କିନ୍ତୁ ସେ ଅସୁସ୍ଥ ଥିବାରୁ ଆଜି ହାଜର ହୋଇନାହାଁନ୍ତି । ସେ ପରବର୍ତ୍ତୀ ତାରିଖରେ ହାଜର ହେବେ ବୋଲି ଏକ ଇମେଲ୍‍ ଜରିଆରେ ଜଣାଇଛନ୍ତି ।

Share